ମୋକିମଙ୍କ ପିଟିସନ ଖାରଜ କରି ୫ ହଜାର ଟଙ୍କାର ତଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ



କଟକ: ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲା । ଏହାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିଛନ୍ତି ଅଦାଲତ । ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ୫ ହଜାର ଟଙ୍କାର ତଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ପରାଜିତ ପ୍ରାର୍ଥୀ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଓ ସଠିକ ନୋମିନେସନ ଫର୍ମରେ ପ୍ରାର୍ଥୀପତ୍ର ଦାଖଲ ହୋଇ ନଥିବା ଅଭିଯୋଗ ହୋଇଥିଲା ।

ଏହା ସହ ମହମ୍ମଦ ମୋକିମ ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନ ଥିବା ମାମଲାରେ ଦର୍ଶାଯାଇଥିଲା । ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ବିଧାୟକ ମହମ୍ମଦ । ମହମ୍ମଦ ମୋକିମଙ୍କ ଏହି ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏବେ ଦେବାଶିଷ ସାମନ୍ତରାୟଙ୍କ ଦ୍ଵାରା ଆଗତ ନିର୍ବାଚନ ମାମଲାର ହେବ ଶୁଣାଣି । ବିଧାୟକ ମହମ୍ମଦ ମୋକିମ ୫ ହଜାର ଟଙ୍କାର ଅର୍ଥରାଶି ପ୍ରତିପକ୍ଷଙ୍କୁ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।


FB.AppEvents.logPageView();

};

(function(d, s, id){ var js, fjs = d.getElementsByTagName(s)[0]; if (d.getElementById(id)) {return;} js = d.createElement(s); js.id = id; js.src = "https://connect.facebook.net/en_US/sdk.js"; fjs.parentNode.insertBefore(js, fjs); }(document, 'script', 'facebook-jssdk'));



Source link

  ପାଣ୍ଡ୍ୟା ବଳରେ ଭାରତ ବିଜୟୀ

Leave a Comment

Your email address will not be published.