‘ମାର୍ଗି ଉତ୍ସବ’ ଉଦ୍‌ଘାଟିତ

‘ମାର୍ଗି ଉତ୍ସବ’ ଉଦ୍‌ଘାଟିତ –ଭୁବନେଶ୍ବର: ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟଶାଳା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୧୨ତମ ‘ମାର୍ଗି ଉତ୍ସବ’ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଅର୍ଘ୍ୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୀତା ମହାଳିକ ମଙ୍ଗଳାଚରଣ ପରିବେଷଣ କରିଥିଲେ। ଏହା ପରେ ନୃତ୍ୟଶିଳ୍ପୀ ଗୌରୀ ଶଙ୍କର ଦାସ ଜୟଦେବଙ୍କ ରଚିତ ‘ଧୀର ସମୀରେ ଯମୁନା ତୀରେ’ ସଙ୍ଗୀତରେ ନୃତ୍ୟାଭିନୟ ପ୍ରଦର୍ଶନ କରିଥିଲେ। ରାଗ ‘ଖମାଜ’ ଓ ଏକତାଳି ତାଳରେ ଆଧାରିତ ସଙ୍ଗୀତ ‘ଲାଜରେ ସରିଗଲି ଆଜି’ରେ ନୃତ୍ୟଶିଳ୍ପୀ ବନ୍ଦିତା ଘୋଷାଲଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।

ଶେଷରେ ଆରାଧନା ଅନୁଷ୍ଠାନ ପକ୍ଷରୁ ନୃତ୍ୟ ନାଟିକା ‘ପର୍ବ ରଙ୍ଗ’ ପରିବେଷଣ କରାଯାଇଥିଲା। ଆଜି ଏହି ଉତ୍ସବରେ ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ସୃଜନ ନୃତ୍ୟାନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ନୃତ୍ୟଗୁରୁ ଆଲୋକ କାନୁନ୍‌ଗୋ ଉପସ୍ଥିତ ଥିଲେ। ଏହି ଅବସରରେ ଗୀତା ମହାଳିକ, ଗୌରୀ ଶଙ୍କର ଦାସ ଓ ବନ୍ଦିତା ଘୋଷାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ।

};

(function(d, s, id){
var js, fjs = d.getElementsByTagName(s)[0];
if (d.getElementById(id)) {return;}
js = d.createElement(s); js.id = id;
js.src = "https://connect.facebook.net/en_US/sdk.js";
fjs.parentNode.insertBefore(js, fjs);
}(document, 'script', 'facebook-jssdk'));

Source link

Leave a Comment

Your email address will not be published. Required fields are marked *