କେଉଁ ଭାରତୀୟ ଆଇଟି କମ୍ପାନିର ସିଇଓ ସବୁଠାରୁ ଅଧିକ ଦରମା ନିଅନ୍ତି ?



ବେଙ୍ଗାଲୁରୁ : ଭାରତର ଆଇଟି ଉଦ୍ୟୋଗରେ ସବୁଠାରୁ ଅଧିକ ଦରମା ପାଉଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ବା ସିଇଓ କିଏ ? ଏହାର ଉତ୍ତର ହେବ ସଫ୍ଟଓ୍ବାର କମ୍ପାନି ଓ୍ବିପ୍ରୋର ସିଇଓ ତଥା ଏମଡି ଥଏରି ଡେଲାପୋର୍ଟ । ୨୦୨୧-୨୨ରେ  ବାର୍ଷିକ ଦରମା, ଭତ୍ତା ଓ କମିଶନ ବାବଦରେ ସେ ପ୍ରାୟ ୧୦.୫ ନିୟୁତ ଡଲାର ବା ୭୯.୬୬ କୋଟି ଟଙ୍କା ନେଇଥିଲେ ।

ଦରମା ପରିମାଣ ଦୃଷ୍ଟିରୁ ତାଙ୍କ ତଳକୁ ରହିଛନ୍ତି ଇନଫୋସିସ ସିଇଓ ସଲିଲ ପାରେଖ, ଯିଏକି ୨୦୨୧-୨୨ରେ ୭୧ କୋଟି ଟଙ୍କାର ଦରମା ଓ ଅନ୍ୟନ୍ୟ ପାଉଣା ନେଇଛନ୍ତି । ତେବେ ବିଶ୍ବର ସବୁଠାରୁ ଅଧିକ ଦରମା ନେଉଥିବା ଆଇଟି କମ୍ପାନି ସିଇଓ ହେଲେ ଆକସେନଚର ସିଇଓ ଜୁଲି ସ୍ବିଟ୍ । ତାଙ୍କ ବାର୍ଷକ ଦରମା ହେଉଛି ୨୩ ନିୟୁତ ଡଲାର ବା  ପ୍ରାୟ ୧୭୯ କୋଟି ଟଙ୍କା  ।

ନିକଟରେ ଓ୍ବିପ୍ରୋ ପକ୍ଷରୁ ୟୁଏସ୍ ସିକ୍ୟୁରିଟିଜ୍ ଏଣ୍ଡ ଏକ୍ସଚେଞ୍ଜ କମିଶନରେ ଦାଖଲ ତଥ୍ୟରୁ ଏକଥା ଜଣାପଡ଼ିଛି । ଏଥିରେ କୁହାଯାଇଛି ଯେ ୨୦୨୧-୨୨ରେ ସେ ଦରମା ଓ ଭତ୍ତା ବାବଦରେ ୧.୭ ନିୟୁତ ଡଲାର, ୨.୫ ନିୟୁତ ଡଲାରର କମିଶନ, ସୁବିଧା ସୁଯୋଗ ବାବଦରେ ୨ନିୟୁତ ଡଲାର  ଓ ଅନ୍ୟାନ୍ୟ ହିସାବରେ ସେ ୪ ନିୟୁତ ଡଲାର ନେଇଥିଲେ । ତେବେ ‘ଅନ୍ୟାନ୍ୟ’ କେଉଁ କେଉଁ ବାବଦ ଖର୍ଚ୍ଚକୁ ବୁଝାଉଛି, ସେ ସମ୍ପର୍କରେ କମ୍ପାନି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ତେବେ ଏହା ମଧ୍ୟରେ ଏକ ନଗଦ ଅର୍ଥ ପାରିତୋଷିକ ଥିବା କୁହାଯାଉଛି । ଜୁଲାଇ ୨୦୨୦ରେ ଓ୍ବିପ୍ରୋରେ ସିଇଓ ଭାବେ ଯୋଗ ଦେଇଥିବା ବେଲାପୋର୍ଟ ଜୁଲାଇ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ପ୍ରାୟ ୮.୮ ନିୟୁତ ଡଲାର ବା ୬୪ କୋଟି ଟଙ୍କାର ପାଉଣା ନେଇଥିଲେ ।

 


FB.AppEvents.logPageView();

};

(function(d, s, id){ var js, fjs = d.getElementsByTagName(s)[0]; if (d.getElementById(id)) {return;} js = d.createElement(s); js.id = id; js.src = "https://connect.facebook.net/en_US/sdk.js"; fjs.parentNode.insertBefore(js, fjs); }(document, 'script', 'facebook-jssdk'));



Source link

Leave a Comment

Your email address will not be published. Required fields are marked *